ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟକୁ ଓବିସି ତାଲିକା ପ୍ରସ୍ତୁତ କରିବାକୁ ମିଳିବ ଅଧିକାର | କେନ୍ଦ୍ରର ମୋଦୀ ସରକାର ଚଳିତ ସପ୍ତାହରେ ଓବିସି ସଂରକ୍ଷଣ ସମ୍ବନ୍ଧିତ ସମ୍ଵିଧାନ ସଂଶୋଧିତ ବିଧେୟକ ସଂସଦରେ ଉପସ୍ଥାପନ କରି ପାରନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ବିଧେୟକକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି । ଏହି ବିଧେୟକରେ ରାଜ୍ୟଗୁଡିକୁକ ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ଦିଆଯିବାର ଅଧିକାର ରହିଛି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ରେ ବୁଧବାର ଏହାକୁ ମଞ୍ଜୁରୀ ମିଳିଛି। ଏହି ବିଧେୟକ ଏଥିପାଇଁ ଆଣିବାକୁ ପଡିଛି କାରଣ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ପଛୁଆ ବର୍ଗର ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟର ଅଧିକାର ଉପରେ ରୋକ୍ ଲଗାଇଥିଲେ। ରାଜ୍ୟ ସରକାର ଓବିସି ତାଲିକା ନିର୍ଦ୍ଧାରଣ ନିଜେ କରୁଥିବା ବେଳେ କେନ୍ଦ୍ରୀୟ ସେବା ପାଇଁ କେନ୍ଦ୍ର ଅଲଗା କରିଥାଏ। ହେଲେ ସୁପ୍ରିମକୋର୍ଟ ମେ ୫ରେ ବହୁମତ ଆଧାରିତ ନିଷ୍ପତ୍ତିର ସମୀକ୍ଷା କରିବା କେନ୍ଦ୍ରର ଆବେଦନ ଖାରଜ କରି ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ, ୧୦୨ମ ସମ୍ବିଧାନ ସଂଶୋଧନ ଚାକିରି ଏବଂ ନିଯୁକ୍ତିରେ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆଙ୍କୁ ସଂରକ୍ଷଣ ଦେବା ରାଜ୍ୟର ଅଧିକାରକୁ ପ୍ରତ୍ୟାହାର କରୁଛି।
More Stories
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……