Report Card Odisha

| Daily Odia News

ରାଜ୍ୟରେ ୧୭ ଜିଲ୍ଲାରେ ଟିକାକରଣ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ପୁଣି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଟିକର ଅଭାବ ହେତୁ ଭଳି ସମସ୍ୟା ଦେଖା ଦେଇଛି | ଗତ କାଲି ଓଡିଶାକୁ ୧ ଲକ୍ଷ ଡୋଜ୍‌ ଟିକା ଆସିଥିଲେ ବି ଏହା ପର୍ଯ୍ୟାପ୍ତ ନୁହେଁ । କାରଣ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ପାଇଁ କେନ୍ଦ୍ରକୁ ରାଜ୍ୟ ଜଣାଇଥିଲେ | ୧ ଲକ୍ଷ ଡୋଜ୍‌ ଟିକା ସମୁଦ୍ରକୁ ସଙ୍ଗେ | ଆଜି ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ ବନ୍ଦ ରହିଛି । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ନହେବା ନେଇ ସୂଚନା ଦିଆଯାଇଛି । ବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି । ଜୁଲାଇ ୨ ତାରିଖରେ ରାଜ୍ୟକୁ କୋଭିସିଲ୍ଡ ଟିକା ମିଳିବା ସମ୍ଭାବନା ରହିଛି । ସୂଚନା ଅନୁସାରେ- ଦୁଇ ଦିନ ପୂର୍ବରୁ ତୁରନ୍ତ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।

Breaking News