Report Card Odisha

| Daily Odia News

ରାଜ୍ୟରେ ୫ ହଜାର ତଳକୁ ଖସିଲା ସଂକ୍ରମଣ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୭୩୧୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୬୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୦୮୭ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୭୫, ବାଲେଶ୍ୱର ୩୬୪, ବରଗଡ ୬୧, ଭଦ୍ରକ ୨୨୨, ବଲାଙ୍ଗୀର ୩୧, ବଉଦ ୫୭, କଟକ ୫୦୫, ଦେବଗଡ ୨୦, ଢେଙ୍କାନାଳ ଜିଲାରୁ ୧୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଜପତି ଜିଲାରୁ ୪୮, ଗଞ୍ଜାମ ୪୦, ଜଗତସିଂହପୁର ୧୮୦, ଯାଜପୁର ୩୮୨, ଝାରସୁଗୁଡା ୧୬, କଳାହାଣ୍ଡି ୬୦, କନ୍ଧମାଳ ୮୩, କେନ୍ଦ୍ରାପଡା ୨୮୭, କେନ୍ଦୁଝର ୯୬, ଖୋର୍ଦ୍ଧା ଜିଲାରୁ ୬୪୯ ଜଣ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ କୋରାପୁଟ ଜିଲାରୁ ୮୮, ମାଲକାନଗିରି ୮୯, ମୟୁରଭଞ୍ଜ ୨୧୦, ନବରଙ୍ଗପୁର ୧୦୮, ନୟାଗଡ ୧୩୬, ନୂଆପଡା ୨୨, ପୁରୀ ୨୩୭, ରାୟଗଡା ୧୦୫, ସମ୍ବଲପୁର ୪୧, ସୋନପୁର ୩୫, ସୁନ୍ଦରଗଡ ୧୫୭ ଏବଂ ଷ୍ଟେଟପୁଲରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୮୧୪୮୮ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ରାଜ୍ୟରେ ୬୨୫୧୫ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Breaking News