ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ସାମାନ୍ୟ କରୋନା ସଂକ୍ରମଣ କମିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮ ଜଣ ରହିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୪୧୩୨ରେ ପହଞ୍ଚିଛି । ରାଜ୍ୟରେ ୧୬୯୯ ଆରୋଗ୍ୟଲାଭ କରିଥିବାବେଳେ ମୋଟ ୯୫୧୦୪୯ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୭୨୬୨ ଜଣ ସଂକ୍ରମିତ ରହିଥିବା ଜଣାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୭୨, ବାଲେଶ୍ୱର ୯୮, ବରଗଡ ୫, ଭ୍ରଦକ ୬୦, ବଲାଙ୍ଗିର ୭ ଏବଂ ବଉଦ ଜିଲ୍ଲାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ୨୨୯, ଦେବଗଡ ୯, ଢେଙ୍କାନାଳ ୩୦, ଗଜପତି ୨, ଗଞ୍ଜାମ ୭, ଜଗତସିଂହପୁର ୯୬, ଯାଜପୁର ୭୦, ଝାରସୁଗୁଡା ୧୦, କଳାହାଣ୍ଡି ୨, କନ୍ଧମାଳ ୧୪ ଏବଂ କେନ୍ଦ୍ରାପଡାରୁ ୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦୁଝରରୁ ୧୫, ଖୋର୍ଦ୍ଧା ୪୪୨, କୋରାପୁଟ ୪, ମାଲକାନଗିରି ୪, ମୟୁରଭଞ୍ଜ ୪୮, ନବରଙ୍ଗପୁର ୧୨, ନୟାଗଡ ୪୨, ନୂଆପଡା ୫, ପୁରୀ ୧୨୩, ରାୟଗଡା ୯, ସମ୍ବଲପୁର ୧୬, ସୋନପୁର ୯, ସୁନ୍ଦରଗଡ ୩୦ ଏବଂ ଷ୍ଟେଟପୁଲରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।
Discussion about this post