ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦିନ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ବୈଷୟିକ ଶିକ୍ଷାନୁଷ୍ଠାନ। ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମରେ ପାଠପଢା ଆରମ୍ଭ ହେଉଛି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଅଗଷ୍ଟ ୯ ତାରିଖରୁ କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମରେ ଆରମ୍ଭ ହୋଇଥିଲା ପାଠପଢ଼ା । ଆଜି ଶିକ୍ଷାନୁଷ୍ଠାନ ଖୋଲିବା ପରେ କୋଭିଡ୍ କଟକଣାରେ ପାଠପଢ଼ା ଯିବ । ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବେ । ଶିକ୍ଷାନୁଷ୍ଠାନରେ ହାତ ସାନିଟାଇଜ୍ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାକୁ ସମସ୍ତେ କଡ଼ାକଡ଼ି ପାଳନ କରିବେ ।






More Stories
ପ୍ରଦୀପ ଜେନାଙ୍କ ନାମରେ ଜନସ୍ଵାର୍ଥ ମାମଲା ରୁଜୁ…..
ବିଜେଡି ନେତାଙ୍କ ଘର ଯାଞ୍ଚ……
ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ…..