ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ମାନହାନୀ ମାମଲାରେ ନ୍ୟାୟଳୟ ଦ୍ୱାରା ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଛନ୍ତି। ଏବେ ଏହାକୁ ଅନ୍ୟାୟ କହି ରାହୁଲଙ୍କୁ ସମର୍ଥନ କରିଛନ୍ତି ଟିକାୟତ। ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ମଙ୍ଗଳବାର ହରିଆଣାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାବେଳେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ଗଣତନ୍ତ୍ରକୁ ହତ୍ୟା। ଦେଶରେ ଗଣତନ୍ତ୍ର ବିପଦରେ। କେନ୍ଦ୍ରକୁ ଟାର୍ଗେଟ କରି ଟିକାୟତ କହିଛନ୍ତି ଯେ ଯେତେବେଳେ ସରକାର ଭେଦଭାବମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ସେତେବେଳେ ସମସ୍ତ ବିରୋଧୀ ଦଳ ଏକଜୁଟ ହେବା ଉଚିତ। ମୋଦି ସରକାର ସମସ୍ତ ଦଳକୁ ହଟାଇବା ପାଇଁ ଧୀରେ ଧୀରେ ଉଦ୍ୟମ କରୁଛନ୍ତି। ରାହୁଲ ଗାନ୍ଧୀ ମାମଲାରେ ପରୋକ୍ଷରେ ସୂଚନା ଦେଇ ଟିକାୟତ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ସହ କିଛି ଭୁଲ୍ ହେବ ଆମେ ତାଙ୍କ ସହ ଛିଡା ହୋଇଛୁ। ଅନ୍ୟପକ୍ଷରେ ଟିକାୟତ କହିଛନ୍ତି ଯେ ଦେଶର ଗଣତନ୍ତ୍ର ବିପଦରେ ଥିବାରୁ ସମସ୍ତ ଦଳ ଏକାଠି ହୋଇ କିସାନ୍ ମୋର୍ଚ୍ଚା ଭଳି ମିଳିତ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବା ଉଚିତ୍। ବିଜେପିର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ଟିକାୟତ କହିଛନ୍ତି ଯେ ସରକାର ଖାପ-ପଞ୍ଚାୟତ ତଥା ବିଭିନ୍ନ ଜାତିର ସଂଗଠନ ଗଠନ କରି ସମାଜ ବିରୋଧରେ ଲଢିବା ପାଇଁ କାମ କରୁଛନ୍ତି। ବର୍ଷା ଓ କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ଫସଲ ପାଇଁ ଯଥାଶୀଘ୍ର ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି ରାକେଶ ଟିକାୟତ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..