ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଶ୍ରୀରାମ ନବମୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱର ଓ କଟକର ଧାର୍ମିକ ସ୍ଥଳଗୁଡିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ସେହି କାରଣରୁ ଆଜି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ବିନା ଭକ୍ତରେ ପାଳିତ ହେଉଛି। ମନ୍ଦିର ସମ୍ମୁଖରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହିତ ମନ୍ଦିରର ପ୍ରବେଶ ଦ୍ୱାର ବନ୍ଦ ରଖାଯାଇଛି। ଭିତରେ କେବଳ ପୂଜକ ଓ ମନ୍ଦିରର କିଛି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଉଛି। ଶ୍ରଦ୍ଧାଳୁମାନେ କୋଭିଡ କଟକଣା ସହିତ ସରକାରଙ୍କ ଗାଇଡଲାଇନ ମାନି ଘରେ ଥିବା ବେଳେ ଅଳ୍ପ କିଛି ଭକ୍ତ ରାମମନ୍ଦିର ସମ୍ମୁଖ ରାସ୍ତା ଉପରେ ଶ୍ରଦ୍ଧାଳୁ ଭଗବାନ ରାମଙ୍କୁ ଦର୍ଶନ କରୁଥିବା ନେଇ ଦେଖିବାକୁ ମିଳିଛି ।
More Stories
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..