ରିପୋର୍ଟ କାର୍ଡ / ରାଞ୍ଚି
ଝାଡ଼ଖଣ୍ଡର ଦେଓଘର ଜିଲ୍ଲା ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣା ପରେ ଚାଲିଥିବା ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୫ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ୪୬ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ସେନା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସେନା, ବାୟୁ ସେନା, ଅଇଟିବିପି, ଏନଡିଆରଏଫର ମିଳିତ ସହଯୋଗରେ ଚାଲିଥିବା ଉଦ୍ଧାର ଅଭିଯାନରେ ସୋମବାର ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଆଜି ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ଆଜି ମଧ୍ୟ ଜଣେ ମହିଳା ପାହାଡ଼ରୁ ତଳକୁ ଖସି ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ମୋଟ୍ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ଏହାପରେ ସନ୍ଧ୍ୟାରେ ଜଣେ ବ୍ୟକ୍ତି ହେଲିକପ୍ଟରରୁ ଖସିପଡ଼ିଥିଲେ। ହାତ ଖସିଯିବା କାରଣରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ମଧ୍ୟ ଜଣେ ମହିଳା ପାହାଡ଼ରୁ ଖସିପଡ଼ି ପ୍ରାଣ ହରାଇଛନ୍ତି।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..