ରିପୋର୍ଟ କାର୍ଡ / ରାୟଗଡ଼ା
ରାୟଗଡ଼ା କଲ୍ୟାଣସିଂହପୁର ବନ ବିଭାଗ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ ଙ୍କ ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଖବର ପାଇ ସ୍ଥାନୀୟ ସହସିଲଦାରଙ୍କ ସହିତ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ସକାଳୁ ବ୍ରଜମୋହନ ଅଫିସ ନଆସିବାରୁ ତାଙ୍କର ସହକର୍ମୀମାନେ ଯାଇ ତାଙ୍କ ଘର ନିକଟରେ ତାଙ୍କୁ ଡାକିଥିଲେ । ଏଥିରେ ସେ କୌଣସି ଉତ୍ତର ଦେଇ ନଥିଲେ, ଏହା ପରେ ସେମନଙ୍କ ସନ୍ଦେହ ଘନିଭୁତ ହୋଇଥିଲା । ଏହାପରେ ସେମାନେ ତାଙ୍କ ଝରକାରେ ଦେଖିଲେ ଯେ, ଭୋଇଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେ ଉଲଘ୍ନ ଅବସ୍ଥାରେ ତଳେ ପଡିଥିଲେ । ଏହା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରତେ ପହଁଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……