ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ମେରଠରେ | ଅଭିଯୁକ୍ତମାନେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ବିଷ ଦେଇ ଦେଇଥିଲେ। ଏହା ପରେ ପୀଡିତ ଜଣକ ହସ୍ପିଟାରେ ମୃତ୍ୟୁ ଘଟିଛି | ପରିବାର ଲୋକ ୪ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ଏବେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ କରିନାହିଁ। ମାମଲା ମେରଠ ଥାନା ସରଧନା ଅଞ୍ଚଳ କପାସାଡ ଗାଁର । ଦଶମ ଶ୍ରେଣୀ ଛାତ୍ରୀ ଘରୁ ଟ୍ୟୁସନ ପାଇଁ ବାହାରିଥିଲେ କିନ୍ତୁ ଟ୍ୟୁସନ ଯାଏଁ ପହଞ୍ଚି ନଥିଲେ। ରାସ୍ତାରେ ହିଁ ଗାଁର ୪ ଯୁବକ ଛାତ୍ରୀଙ୍କ ପହରଣ କରିନେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ବିଷ ଦେଇ ଦେଇଥିଲେ। ଛାତ୍ରୀ ଜଣକ ଯେତେବେଳେ ନିଜ ଘରକୁ ପହଞ୍ଚିଲେ ତାଙ୍କ ଅବସ୍ଥା ଭଲ ନଥିଲା। ସେ ପୁରା ହୋସରେ ବି ନଥିଲେ। ଘରେ ପହଞ୍ଚି ସେ ଘରଲୋକଙ୍କୁ ସବୁ କଥା କହିଥିଲେ। ଘରଲୋକ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ପୋଲିସ ଛାତ୍ରୀଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ପରିବାର ଲୋକ ଗାଁର ଜଣେ ଚିହ୍ନ ଯୁବକ ଓ ୩ ଅଜଣା ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ପୀଡିତା ପକ୍ଷର ବୟାନ ଅନୁଯାୟୀ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..