ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୧ ପାଇଁ ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ଘୋଷିତ ହୋଇଛି । ଦୁଇ ରସାୟନ ବିଜ୍ଞାନୀ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି ।ବେଞ୍ଜାମିନ ଲିଷ୍ଟ ଓ ଡେଭିଡ୍ ମାକମିଲାନଙ୍କୁ ଏହି ପୁରସ୍କାର ମିଳିବ ବୋଲି ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଆଜି ଟୁଇଟ କରି ଘୋଷଣା କରାଯାଇଛି । ଆସିମେଟ୍ରିକ ଅର୍ଗାନୋକାଟାଲିସିସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ । ମଲିକୁଲାର ନିର୍ମାଣ ପାଇଁ ଏକ ସଠିକ୍ ନୂତନ ଉପକରଣ ବିକଶିତ କରିଥିଲେ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନ। ଯାହା ଫାର୍ମାସ୍ୟୁଟିକାଲ୍ ଗବେଷଣା ଉପରେ ଅନେକ ପ୍ରଭାବ ପକାଇଥିଲା ଏବଂ ରସାୟନ ବିଜ୍ଞାନକୁ ଅନେକ କ୍ଷେତ୍ରରେ ସହଜ କରିଦେଇଥିଲା। ତେଣୁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳୁଛି। ପ୍ରତିବର୍ଷ ସ୍ବିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ । ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।
Discussion about this post