ରିପୋର୍ଟ କାର୍ଡ / ପୁରୀ
ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ଏବର୍ଷ ପୁରୀରେ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା ହେବ । ପୁରୀ ଛଡା ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । ଏ ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରାରେ କେବଳ ସେବାୟତମାନେ ଭାଗ ନେଇପାରିବେ। ଯେଉଁ ସେବାୟତମାନେ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ନୀତିକାନ୍ତିରେ ଭାଗ ନେଇପାରିବେ। ଗୋଟିଏ ରଥରେ ୫୦୦ଲୋକରୁ ଅଧିକ ରହିବେ ନାହିଁ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ସମ୍ପନ୍ନ ହେବ। ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ। ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ହେବା ସହିତ ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ଟ୍ରେନ୍ ସମେତ ଅନ୍ୟ ଯାନକୁ ପ୍ରବେଶ ବାରଣ ରହିବ ।
More Stories
କମିଲା ସୁନା ଦାମ୍…..
ଇସ୍ତଫା ଦେବେ ମହମ୍ମଦ ୟୁନୁସ୍ !…..
ଶ୍ରୀମନ୍ଦରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ୍….