ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ୪ ଦିନ ପରେ ମହାପ୍ରଭଙ୍କ ରଥଯାତ୍ରା | ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଛନ୍ତି | ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାଶ, ତୁଷାରକାନ୍ତି ବେହେରା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ଉପସ୍ଥିତ ରହିଥିଲେ । ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଜିଲ୍ଲାପାଳ, ଏସପି, ପ୍ରମୁଖ ବୈଠକରେ ସାମିଲ ଥିଲେ । ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଚଳିତବର୍ଷ ଗତ ବର୍ଷ ପରି ଶାନ୍ତି ଶୃଙ୍କଳାର ଭାବେ ଯେପରି ରଥଯାତ୍ରା ସମାପନ ହେବ ବିଶେଷ କରି କୋଭିଡ କଟକଣା ଭିତରେ ଯେପରି ଘୋଷଯାତ୍ରା କାର୍ଯ୍ୟ ଚାଲିବ ସେନେପଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି । ରଥଯାତ୍ରାର ସୁପରିଚାଳନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । ବିନା ଭକ୍ତରେ ହେବ ଚଳିତ ଥରର ରଥଯାତ୍ରା । ଟିଭି ଓ ସୋସିଆଲ ମିଡିଆରେ ଦେଖିପାରିବେ ରଥଯାତ୍ରା ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..