Report Card Odisha

| Daily Odia News

ରାତି ୩ଟା ଯାଏଁ ମିଳିବ ମଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଦିଲ୍ଲୀରେ ରାତି ୩ଟା ଯାଏଁ ଖୋଲା ରହିବ ବାର। ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ଏହିପରି ନୂଆ ଅବକାରୀ ନୀତି ଆଣିଛନ୍ତି ଦିଲ୍ଲୀ ସରକାର। ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଦିଲ୍ଲୀ ସରକାର । ଗ୍ରାହକମାନେ ଦୋକାନକୁ ଆସି ମଦ କିଣିପାରିବେ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ବିଦେଶୀ ନାଗରିକ ଆସିଥାନ୍ତି । ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ । ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିସିପାଲ ବୋର୍ଡ ଅଛି । ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏଁ ମଦ ଦୋକାନ ଖୋଲିବ । ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ ।

Breaking News