ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାସନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ସ୍ପଷ୍ଟୀକରଣ ରଖିଛନ୍ତି । ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଫେରାଇବେ ନାହିଁ। ଯେଉଁମାନେ ୧୦/୧୨ ହଜାର ଦରମା ପାଉଛନ୍ତି ସେମାନେ ମଧ୍ୟ ରାସନ କାର୍ଡ ରଖିପାରିବେ । ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ରାସନ କାର୍ଡ ଫେରାଇବାକୁ ନିଦେର୍ଶ ଦିଆଯାଇଛି । ସେହିପରି ଯେଉଁମାନେ ୩୦/୪୦ ହଜାର ଦରମା ପାଉଛନ୍ତି, ସେମାନେ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍ । ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଏହା ଫେବୃଆରୀ ୧୫କୁ ବୃଦ୍ଧି ପାଇଛି।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..