ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ତଦନ୍ତ ଯେତେ ଆଗଉଛି ସେତେ ନୂଆ ନୂଆ ଚେହେରା ସାମ୍ନାକୁ ଆସୁଛନ୍ତି | ଆଉ ଘଟଣା ସେତିକି ରହସ୍ୟ ବଢୁଛି । ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୌମ୍ୟ ମୃତ୍ୟୁର ୫୦ଦିନ ପରେ ଡିଏଫଓ କାର୍ଯ୍ୟାଳୟର ପୂର୍ବତନ ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ଉଲ୍ଲେଖଯୋଗ୍ୟ ଯେ, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟର ଗତ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ ଗଙ୍ଗା ପ୍ରଧାନ । ରାତ୍ରି ଜଗୁଆଳି ଡ୍ୟୁଟି କରୁଥିବା ସମୟରେ ସେ ଦିନେ ଡିଏଫଓ ସଂଗ୍ରାମ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଯାଉଥିବା ସେ ଦେଖିଥିଲେ । ତେବେ ସେ କେଉଁ ପରିସ୍ଥିତିରେ ଏପରି ଏକ ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ରୂପ ଦେଇଛି ବୋଲି କୁହାଯାଉଛି । ହୁଏତ କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ଗଙ୍ଗାଙ୍କୁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ତାଙ୍କ ବୟାନ ରେକର୍ଡ କରିପାରେ ବୋଲି କୁହାଯାଉଛି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..