ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି | ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସ୍ୱର୍ଣ୍ଣ ଜିତି ଦେଶ-ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ୨୧-୧୪ ଓ ୨୧-୧୭ ସେଟ୍ରେ ଜିତିଲେ ପ୍ରମୋଦ। ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ। ତାଙ୍କର ବିଜୟରେ ବରଗଡ ଜିଲ୍ଲାର ଅତାବିରା ଗାଁ ହସୁଛି। ଏପରିକି ବାଣ ଫୁଟାଇ ନାଚିଥିଲେ ଗାଁ ଲୋକେ। ଘରେ ଘରେ ପ୍ରତି ଲୋକ ସେଲିବ୍ରେସନ୍ କରୁଛନ୍ତି। ପୁଅ ଆଜି ଖେଳିବେ ବୋଲି ଗାଁର ମନ୍ଦିରରେ ଲୋକେ ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଦିଲ୍ଲୀ ବିମାନବନ୍ଦର ୬ଦିନ ପାଇଁ ବନ୍ଦ…..