Report Card Odisha

| Daily Odia News

ଚନ୍ଦ୍ରପୁରୁ ମଙ୍ଗଳ ବିଭାଗ କନ୍ୟାଶ୍ରମ ଶ୍ରେଣୀ ଗୃହ ଵିପଦ ଗାମି…..

ରିପୋର୍ଟ କାର୍ଡ / ମୁନିଗୁଡା

ରାୟଗଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଭାଵେ ପରିଚିତ ଚନ୍ଦ୍ରପୁରୁ ସଦର ମହକୁମା କନ୍ୟାଶ୍ରମର ଶ୍ରେଣୀ ଗୃହ ବିପଦ ଗାମୀ ହୋଇଥିବା ଦେଖିବାକୁ ମିଳିଛି । ଚନ୍ଦ୍ରପୁରୁ ବ୍ଲକ ଅଞ୍ଚଳର ଅଧିକାଂଶ ଗରିବ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ଅଛନ୍ତି। ସେମାନଙ୍କ ପିଲାମାନେ ଶିକ୍ଷାଦାନ ପାଇଁ ଦୂର ଦୂରାନ୍ତକୁ ଯିବାକୁ ସମ୍ବଳ ନଥାଏ। ଯେଉଁ ମାନେ ଥିଵା ଲୋକ ସେମାନଙ୍କ ପିଲାମାନେ ଦୂର ଦୂରାନ୍ତକୁ ଯାଇ ପାଠ ପଢୁଥିଲେ। ସବୁଶ୍ରେଣୀର ପିଲାମାନେ ଯେପରି ମାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢିପାରିବେ, ସେ ନେଈ ସରକାର ସେତେବେଳେ ଚିନ୍ତା କରି ବ୍ଲକ ସଦର ମହକୁମାଠାରେ ଏସି ଏସଟି ଵିଭାଗର କନ୍ୟାଶ୍ରମ ହାଇସ୍କୁଲଟି ଖୋଲି ଆଜି ପର୍ଯ୍ୟନ୍ତ ପିଲାମାନେ ବିନାଦେୟରେ ରହିବା ଖାଇବା ସହ ପାଠ ପଢିଆସୁଛନ୍ତି। ହେଲେ ସ୍କୁଲ ଭିତରେ ଥିବା କେତେକ ଅସୁରକ୍ଷିତ ଶ୍ରେଣୀ ଗୃହକୁ ଦେଖିଲେ କେତେବେଳେ ଯେ, କୋମଳମତି ଛାତ୍ରୀ ଵିପଦ ବ ଗାମୀ ହେବା ଆଶଙ୍କା କୁ ଅସ୍ବୀକାର କରିବା ଠିକ୍ ହେବ ନାହିଁ ।କନ୍ୟାଶ୍ରମରେ ଯେତେବେଳେ କୌଣସି ବିଲ୍ଡିଙ୍ଗ ଓ ରିପ୍ୟାରିଙ୍ଗ୍ ଗୃହ କରାଯାଏ ,ତାହା କେଵଳ ଠିକାଦାରଙ୍କ ମର୍ସିରେ ଯେନେ ତେନେ ପ୍ରକାରେ ହୋଇଥାଏ। । ଯାହାକି ସବୁଠାରୁ ନିମ୍ନମାନର କାର୍ଯ୍ୟ କରି ଉଚ୍ଚ ମାନର ଵିଲ୍ ନେଵା ଠିକାଦାର ଓ ଯନ୍ତ୍ରୀଙ୍କ ଧର୍ମରେ ପରିଣତ ହୋଇଛି। ଏହି ଦୁଇବର୍ଷ ମଧ୍ୟରେ ହୋଇଥିବା ବିଲ୍ଡିଙ୍ଗ ତିଆରି ହେଵା ଛ ମାସ ମଧ୍ୟରେ ଫାଟି ଆଁ ହୋଇଛି | ସେଥିପ୍ରତି ଵିଭାଗୀୟ ନିଘା ନାହିଁ। ଅନ୍ୟ ଶ୍ରେଣୀ ଗୃହ ସବୁ ଵିପଦ ମୁଖି ହୋଇଛି | ସେଥିରେ ପିଲାମାନେ ପାଠ ପଢୁଛନ୍ତି ସେମାନଙ୍କୁ ଭଗବାନ ହିଁ ସାହା !ଶୁଣିବାକୁ ମିଳୁଛି ଏଵେ ମାତ୍ର ତିନିଲକ୍ଷ ଟଙ୍କାରେ ଦୁଇଟି ଶ୍ରେଣୀ ଗୃହକୁ ନଵିକରଣ କରାଯିବାକୁ କେତେଜଣ ଠିକାଦାର ସ୍କୁଲକୁ ଆସି ଦେଖି ଚାଲି ଯାଇଥିଲେ , ଏତେ କମ୍ ଟଙ୍କାରେ କୌଣସି ଠିକାଦାର କାମ କରିବାକୁ ନା ରାଜ ହେଉଥିବା ଶୁଣିବାକୁ ମିଳୁଛି । ଏପଟେ ଶ୍ରେଣୀ ଗୃହ ନିମ୍ନମାନର ହୋଇଥିବାରୁ ଵର୍ଷା ହେଲେ ଛାତରୁ ସିମେଣ୍ଟ ଖସି ରର୍ଡ ଦିଶିଲାଣି। ଉଚ୍ଚମାନର ଅର୍ଥ ଵ୍ୟୟ ହୋଇ ନିମ୍ନମାନର କାର୍ଯ୍ୟକୁ ଵିଭାଗୀ ଆଖି ବୁଜି ବିଲ୍ ନେଇ ପିଲାମାନଙ୍କୁ ବିପଦ ଗାମୀ କରାଇ ଦେଇଛନ୍ତି । ଵିଭାଗୀୟ ଅଧିକାରୀ କଣ ପାଇଁ କାର୍ଯାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ, ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ସୁରକ୍ଷିତ ଶ୍ରେଣୀ ଗୃହ କାର୍ଯ୍ୟ କରିବାକୁ ଅବିଭାବକ ମାନେ ଦାଵି କରୁଥିବା ଵେଳେ ହୋଇଥିବା କାର୍ଯ୍ୟକୁ ରାୟଗଡା ବ୍ୟତୀତ ସ୍ବତନ୍ତ୍ର ଭିଜିଲାନ୍ସ ଦ୍ଵାରା ତଦନ୍ତ କରାଯିବାକୁ ଦାଵିକରିଛନ୍ତି।

Breaking News