ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେପୋ ରେଟ୍ ୦.୪୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ୍ ୪.୪୦%କୁ ବଢ଼ିଛି। ଏନେଇ ଆଜି ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ସୂଚନା ଦେଇଛନ୍ତି। ତେବେ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍ଆଇର ବୋଝ ବଢ଼ିପାରେ। ଏଥିସହ ବ୍ୟାଙ୍କ ଗୁଡିକ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ହାର ବଢ଼ାଇବା ପାଇଁ ସୁବିଧା ହୋଇଯାଇଛି । ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଅନୁଭବ ହେଉଛି। ଏହି ଯୁଦ୍ଧର ପ୍ରଭାବ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ପଡିଛି। ଏଥିସହିତ ମୁଦ୍ରାସ୍ଫୀତିର ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ବର୍ତ୍ତମାନ ଏହାର ‘accommodative stance’ ଅର୍ଥାତ୍ ଉଦାରବାଦୀ ଆଭିମୁଖ୍ୟ ଛାଡି ବେଞ୍ଚମାର୍କ ହାରକୁ ବୃଦ୍ଧି କରିବାକୁ ଯାଉଛି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..