ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛି ।ରେପୋ ରେଟ୍ ୦.୨୫ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡ଼ିଛି । ଆଜି ଅନୁଷ୍ଠିତ ହୋଇଥିବା ଆରବିଆଇର ମୁଦ୍ର ନୀତି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତିନିଦିନିଆ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ତେବେ ଆରବିଆଇର ଏହି ଘୋଷଣା ଫଳରେ କାର ଓ ହୋମ ଲୋନ ଆହୁରି ମହଙ୍ଗା ହେବ । ଆଜିର ଏହି ଘୋଷଣା ପରେ ରେପୋ ରେଟ୍ ଏବେ ୬.୨୫ରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚି ଯାଇଛି । ଅର୍ଥାତ ହୋମ ଲୋନଠାରୁ ଆରମ୍ଭ କରି ଅଟୋ ଓ ପର୍ସନାଲ ଲୋନ ସବୁକିଛି ଏବେ ମହଙ୍ଗା ହୋଇଯିବ । ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଇଏମଆଇ ଭରିବାକୁ ପଡ଼ିବ ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……