ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ମହାନଗର କମିସନର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଦେଶ ତଥା ରାଜ୍ୟରେ ସଂକ୍ରମଣ ଏବେ ତୀବ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହକୁମାରେ ଅଧିକ ଶଯ୍ୟା ଏବଂ ‘ଅକ୍ସିଜେନ’ ମହଜୁଦ ରଖିବାକୁ ହେବ। ଏହାସହିତ ଆକ୍ରାନ୍ତଙ୍କ ସଙ୍ଗରୋଧ ଓ ପୃଥକବାସ ପାଇଁ ଆଇସିୟୁ, ଡାଏଲେସିସ କେନ୍ଦ୍ର ଏବଂ ମହିଳାମାନଙ୍କ ଲାଗି ପ୍ରସୂତି କକ୍ଷ ପ୍ରସ୍ତୁତ କରାଯିବା ଆବଶ୍ୟକ। ଘରୋଇ ହସ୍ପିଟାଲ ଗୁଡିକ ମଧ୍ୟ ଅନୁରୂପ ଭାବେ ଆକ୍ରାନ୍ତଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସବୁ ଜିଲ୍ଲା ସଦର ମହକୁମାରେ ଯେଭଳି ଫାଭିପିରାଭିର ଏବଂ ରେମଡେସିଭର ଭଳି ଔଷଧପତ୍ର ମହଜୁଦ୍ ରହେ ତାକୁ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ଜିଲ୍ଲାସ୍ତରୀୟ ଟିମ୍କୁ ପୁନର୍ବାର ସକ୍ରିୟ ହୋଇ କୋଭିଡ଼ ମାର୍ଗଦର୍ଶିକାକୁ ଠିକଣା ପାଳନ କରିବାକୁ ଧ୍ୟାନ ଦେବାକୁ କୁହାଯାଇଛି। ଯେଉଁ ଆକ୍ରାନ୍ତମାନେ ସଙ୍ଗରୋଧ କିମ୍ବା ପୃଥକବାସରେ ରହୁଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନିୟମିତ ଭାବେ ଯେଭଳି ଯାଞ୍ଚ ହେବ ସେଥିପ୍ରତି ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ଏବଂ ଏହାବାଦ୍ କରୋନା ଟିକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..