ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆବଶ୍ୟକ ସାମଗ୍ରୀ: ମାଛ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା, ଅଦାରସୁଣ କଟା, ଗରମ ମସଲା ଗୁଣ୍ଡ, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି କଞ୍ଚା ଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଭଲଭାବେ ମ୍ୟାରିନେଟ୍ ହେବା ପାଇଁ ତାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।

ପରେ କଡ଼େଇରେ ପାଣି ଫୁଟାଇ ସେଥିରେ ତେଲ ପକାନ୍ତୁ। ଏବେ ସେଥିରେ ମ୍ୟାରିନେଟ୍ ହୋଇଥିବା ମାଛକୁ ପକାନ୍ତୁ। ତା’ପରେ ସେଥିରେ କଟା ଅଦାରସୁଣ, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚା ଲଙ୍କା ଓ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ରୁ ୭ ମିନିଟ୍ ପରେ ଘୋଡ଼ଣୀ ବାହାର କରି ମାଛଗୁଡ଼ିକୁ ଓଲଟାଇ ଦିଅନ୍ତୁ ଓ ପୁଣି ଘୋଡ଼ଣୀ ଦେଇଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ‘ସିଝା ମାଛ ମସଲା’।






More Stories
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..
ଭାଗ୍ୟର ଦ୍ୱାର ଖୋଲିବ…..
ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ମନା…..