ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଲ୍ କଏଦା ନେଟୱର୍କ ପାଇଁ କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଅବଦୁଲ ହରେମାନକୁ ଆଜି ଦଣ୍ଡାଦେଶ ଶୁଣାଯାଇଛି । ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ଆଦାୟ ଲାଗି ପଟିଆଲା ହାଉସ କୋର୍ଟ ନିର୍ଦେଶ ଦେଇଛନ୍ତି। ରହେମାନ ସହିତ ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ମଧ୍ୟ ଅନୁରୂପ ଦଣ୍ଡବିଧାନ ହୋଇଛି। ସୂଚନାଯୋଗ୍ୟ, ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର ରହେମାନ ସମେତ ୪ଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ଆଗରୁ ଦୋଷୀ ସାବ୍ୟସ୍ତ କରିଥିଲେ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ଦୌରା ଜଜ୍ ମାମଲାର ଶୁଣାଣି କରି ରହେମାନ ସହିତ ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନ୍ଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟର ଧାରା ୧୮ ଓ ୧୮-ବିରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟପକ୍ଷରେ ଅଦାଲତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ସୟଦ ମହମ୍ମଦ ଜିସାନ ଅଲ୍ଲୀ ଓ ସବିଲ ଅହମଦଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିଲେ କୋର୍ଟ। ଦୁଇ ଜଣଙ୍କୁ ୧୦ ହଜାର ଟଙ୍କାର ପର୍ସନାଲ ବଣ୍ଡରେ ଖଲାସ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।






More Stories
ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..