ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ କରାଯାଇ ୨ ବର୍ଷ ଜେଲ ଦଣ୍ଡ ହୋଇଛି। ଏହାକୁ ନେଇ କଂଗ୍ରେସ ରାହୁଲଙ୍କ ପ୍ରସଙ୍ଗରେ ବଦଲା ନେବ। ୨୦୧୮ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଛନ୍ତି। ୨୦୧୮ରେ ସଂସଦରେ ମୋଦି ଦେଇଥିବା ସୁର୍ପଣଖା ମନ୍ତବ୍ୟ ଲାଗି ତାଙ୍କ ନାମରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ମାନହାନି ମାମଲା ଦାଏର କରିବେ ବୋଲି କହିଛନ୍ତି। ମୋଦୀ ସୁର୍ପଣଖା କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟିଏ ପୁରୁଣା ଭିଡିଓ କ୍ଲିପ୍ ଟ୍ୱିଟ୍ କରି ରେଣୁକା ଲେଖିଛନ୍ତି: ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି । ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ରେଣୁକାଙ୍କ ନାମ ଉଲ୍ଲେଖ ନ କରି ତାଙ୍କ ହସକୁ ଧାରାବାହିକ ରାମାୟଣର ଚରିତ୍ର ସୁର୍ପଣଖାର ଅଟ୍ଟହାୟସ୍ୟ ସହିତ ତୁଳନା କରିଥିଲେ।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..