Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ୨୧ ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ପଦକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ /ଭୁବନେଶ୍ୱର 

୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍‌ (ସିଡି) ‘ରାଷ୍ଟ୍ରପତିଙ୍କ ହୋମ୍‌ଗାର୍ଡ’ ମେଡାଲ୍‌’ ଓ ‘ସିଭିଲ୍‌ ଡିଫେନ୍ସ ମେଡାଲ୍‌’ ପାଇଁ ମନୋନୀତ କରାଯାଇଛି। ସେହିପରି, ଉଲ୍ଲେଖନୀୟ ସେବା ପାଇଁ ‘ହୋମ୍‌ଗାର୍ଡ ଓ ଡିଫେନ୍‌ସ୍‌’ ପଦକ ପାଇଁ ହୋମ୍‌ଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳ ମନୋନୀତ ହୋଇଛନ୍ତି। ଏହାଛଡ଼ା, ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଇବେ। ସେମାନେ ହେଉଛନ୍ତି, କଟକରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ କନେଷ୍ଟବଳ। ଉଲ୍ଲେଖନୀୟ ସେବା ନିମନ୍ତେ ସାଧାରଣତନ୍ତ୍ର ଦିବସ ୨୦୨୩ ଅବସରରେ ଓଡ଼ିଶାରୁ ୧୧ଜଣ ପୋଲିସ ପଦକ ପାଇବେ। ସେମାନେ ହେଲେ, ଭଦ୍ରକର ଅତିରିକ୍ତ ଏସ୍‌.ପି. ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍‌ସ୍‌ ୟୁନିଟ୍ର ‘ଏସ୍‌ଡିପି’ ସୁଧାଂଶୁଶେଖର ପୂଜାରୀ, ଭୁବନେଶ୍ବର ‘ଏସିପି’ ହିମାଂଶୁଭୂଷଣ ସ୍ବାଇଁ, ଭୁବନେଶ୍ବରସ୍ଥି ‘ବିପିଏସ୍‌ପିଏ’ର ଡେପୁଟି କମାଣ୍ଡାଣ୍ଟ୍‌ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବରସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍‌ସ୍‌ପେକ୍ଟର୍‌ ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍‌ସ୍‌ ଡିଭିଜନ୍‌ର ‘ଏସ୍‌ଆଇ’ ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦୀନ୍ ଖାଁ, ଭୁବନେଶ୍ବରସ୍ଥିତ ‘ଏସ୍‌ସିଆର୍‌ବି’ର ପୁଲିସ ‘ଏଏସ୍‌ଆଇ’ (କମ୍ପ୍ୟୁଟର୍‌) ବିଜ୍ଞାନଭୂଷଣ ମହାନ୍ତି, ଭୁବନେଶ୍ବରର ପୋଲିସ ଡ୍ରିଲ୍‌ ଇନ୍‌ସ୍‌ପେକ୍ଟର୍‌ ଅନୀଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନ୍‌ର ସିପାହୀ ପ୍ରଦୀପ କୁମାର ବେହେରା। ରାଷ୍ଟ୍ରପତିଙ୍କ ‘ଫାୟାର୍‌ ସର୍ଭିସ୍‌ ମେଡାଲ୍‌’ ପାଇବେ ଲିଡିଙ୍ଗ୍‌ ଫାୟାର୍‌ମ୍ୟାନ୍‌ କାଳିଚରଣ ଶବର, ଡ୍ରାଇଭର୍‌ ହାବିଲ୍‌ଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର୍‌ ହାବିଲ୍‌ଦାର୍‌ ନକୁଳ ନାୟକ।

Breaking News