Report Card Odisha

| Daily Odia News

୩୭ ଓଏଏସଙ୍କ ବଦଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର କିଛିଦିନ ତଳେ ଓଏଏସ୍ ସ୍ତରରେ ଅଦଳ ବଦଳ କରିଥିବା ବେଳେ ପୁଣି ୩୭ଜଣ ଓଏଏସ୍ ଅଫିସରଙ୍କର ବଦଳି କରିଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣଙ୍କୁ ବିଡିଓ ଭାବେ ବିଭିନ୍ନ ବ୍ଲକରେ ଅବସ୍ଥାପିତ କରାଯାଇଥିବାବେଳେ ଅନ୍ୟ ୭ଜଣଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରାଇ ଦିଆଯାଇଛି । ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୭ଜଣ ଓଏଏସ୍ ଅଫିସର ତୃପ୍ତି ବରାଇ-ବିଜେପୁର ବିଡିଓ, ବୁଲବୁଲ ବେହେରା- କଙ୍କଡ଼ାହାଡ଼ ବିଡିଓ, ସୁଷମା ବାରିକ- ଚିଲିକା ବିଡିଓ, ଆଶୀର୍ବାଦ ପରିଡ଼ା- ଭୁବନ ବିଡିଓ, ତନ୍ମୟ ରଞ୍ଜନ ଜେନା- କୁକୁଡ଼ାଖଣ୍ଡି ବିଡିଓ, ପ୍ରଭାକର ପଣ୍ଡା- ବାରଙ୍ଗ ବିଡିଓ, ଶଙ୍କର୍ଷଣ ବେହେରା – ରାଜବୋରସମ୍ବା ବିଡିଓଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ଓ ସେମାନଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିପରି ଅନ୍ୟ ୩୦ଜଣ ଓଏଏସ୍ ଅଫିସରଙ୍କୁ ୩୦ଟି ବ୍ଲକରେ ବିଡିଓ ଭାବେ ନିଯୁକ୍ତି ମିଳିଛି । ଓଏଏସ୍ ଦେବଯାନୀ ଭୂୟାଁଙ୍କୁ ବିଜେପୁର ବିଡ଼ିଓ ଭାବେ ବଦଳି କରାଯାଇଥିବାବେଳେ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ବରପାଲି, ତ୍ରିବିକ୍ରମ ଖୁମୁରାଙ୍କୁ ଛେଣ୍ଡିପଦା, ଶିବଶଙ୍କର ମିଶ୍ରଙ୍କୁ ହିନ୍ଦୋଳ, ଚିନ୍ମୟୀ ଚେତନା ଦାଶଙ୍କୁ ତାଳଚେର, ସତ୍ୟବାନ ନାୟକଙ୍କୁ ବାଙ୍ଗିରିପୋଷି, ଲଲାଟେନ୍ଦୁ ସିଙ୍କୁ ରାସଗୋବିନ୍ଦପୁର, ଯୋଗରଞ୍ଜନ ନାୟକଙ୍କୁ ବିଜିତୋଳା, ଆଶିଷ ରଞ୍ଜନ ସିଂଙ୍କୁ ଗଦିଁଆ, କଲ୍ୟାଣ ସୌରଭ ଦାଶଙ୍କୁ ଭୁବନ, ଜଗଦୀଶ ଷଡ଼ଙ୍ଗୀଙ୍କୁ ଚିଲିକା,, ଶିଭାଶୀଷ ବରାଳଙ୍କୁ ଶେରଗଡ଼, କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ପୋଲସରା, ଶଶୀଭୂଷଣ ମହାପାତ୍ରଙ୍କୁ ଭଞ୍ଜନଗର, ପୁନମ ରାଉତଙ୍କୁ ଜଳେଶ୍ୱର, ବାସନ୍ତୀ ସେଠୀଙ୍କୁ ନର୍ଲା, ଶରତ ଚନ୍ଦ୍ର ପାତ୍ରଙ୍କୁ ବାଲିଗୁଡ଼ା, ବିଶ୍ୱରଞ୍ଜନ ବିଶ୍ୱାସଙ୍କୁ ବାରଙ୍ଗ, କ୍ଷୀରାବ୍ଦୀ ତନୟା ସାହୁଙ୍କୁ ଖୋର୍ଦ୍ଧା, ସଞ୍ଜୟ କୁମାର ଆଚାର୍ଯ୍ୟଙ୍କୁ ଦଶପଲ୍ଲା, ହଳଧର ଶବରଙ୍କୁ ଚିକିଟି, ବିଶ୍ୱଜିତ ରାୟଙ୍କୁ ରଙ୍ଗେଇଲୁଣ୍ଡା, ପଲ୍ଲବୀ ସ୍ୱାଇଁଙ୍କୁ କୁକୁଡାଖଣ୍ଡି, ମାନସ ରଞ୍ଜନ ଭୋଇଙ୍କୁ ବରୀ, ଜୟନ୍ତ ସାହୁଙ୍କୁ ଲଖନପୁର, ଅକ୍ଷମିତା କାର୍ତ୍ତିକଙ୍କୁ ନାରାୟଣପାଟଣା, ସୁକାନ୍ତ କୁମାର ପଟ୍ଟନାୟକଙ୍କୁ କୋଷାମୁଗୁଡ଼ା, ମନସ୍ୱିନୀ ଦାସଙ୍କୁ ଲାଠିକଠା, ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ଅତାବିରା ଓ ବିଶ୍ୱନାଥ ସାହୁଙ୍କୁ ରାଜବୋରାସମ୍ବର ବିଡିଓ ଭାବେ ବଦଳି କରାଯାଇଛି।

Breaking News