Report Card Odisha

| Daily Odia News

ଓଏଏସ୍‌ ସ୍ତରରେ ଅଦଳବଦଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଏଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୮ ଜଣ ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀଙ୍କର ବଦଳି କରାଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୂଷଣ ମିଶ୍ରଙ୍କୁ କଟକ ସ୍ଥିତ ଆର୍‌ଡିସି କାର୍ଯ୍ୟାଳୟରେ ଅତିରିକ୍ତ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି ଗଜପତି ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ରୋମାଞ୍ଜଳ ଖମାରିଙ୍କୁ ଗଜପତିର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସୋନା ଟୁଡୁଙ୍କୁ କେନ୍ଦୁଝରର ଅତିରିକ୍ତ ଉପଜିଲ୍ଲାପାଳ, ଗୋପିନାଥ କୁଅଁରଙ୍କୁ ଯାଜପୁର ଉପଜିଲ୍ଲାପାଳ, ଅନିଲ କୁମାର ସେଠୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ସଞ୍ଜୟ କୁମାର ମିଶ୍ରଙ୍କୁ ଖଦି ଓ ଗ୍ରାମୋଦ୍ୟଗର ଉପସଚିବ, ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚିବ ଭାବେ ବଦଳି କରାଯାଇଛି । ଏହି ଅଧିକାରୀମାନଙ୍କର ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି ।

Breaking News