Report Card Odisha

| Daily Odia News

ଉତ୍ତର କୋରିଆ ଲୁଚାଉଛି କରୋନା ତଥ୍ୟ: ଗୋଟିଏ ବି କୋଭିଡ ମାମଲା ପଞ୍ଜିକୃତ ହୋଇନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଥମେ ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି | କିନ୍ତୁ ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆରେ କେହିବି ଜଣେ କରୋନା ସଂକ୍ରମିତ ହୋଇ ନଥିବାନେଇ ଜଣାପଡିଛି | ଏକଥା ଆମେ କହୁନାହୁଁ ନିଜେ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ ଦେଶରେ ଗୋଟିଏ ବି କୋଭିଡ ମାମଲା ପଞ୍ଜିକୃତ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ଉତ୍ତର କୋରିଆ ଏହି ସୂଚନା ଦେଇଛି । କହିଛି ଯେ ଏହା ଜୁନ୍ ୧୦ ପର୍ଯ୍ୟନ୍ତ କରୋନାଭାଇରସ୍ ପାଇଁ ୩୦ ହଜାରରୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଦେଶରେ କୌଣସି ସଂକ୍ରମଣର ରିପୋର୍ଟ ହୋଇନାହିଁ । ଉତ୍ତର କୋରିଆର ଅନୁସନ୍ଧାନ ଅନୁଯାୟୀ, WHO ମଙ୍ଗଳବାର ଦିନ ଏକ ସର୍ଭେ ରିପୋର୍ଟରେ କହିଛି ଯେ ଜୁନ୍ ୪ ରୁ ଜୁନ୍ ୧୦ ମଧ୍ୟରେ ୭୩୩ ଜଣଙ୍କର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୧୪୯ ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଲୁ ଭଳି ରୋଗ କିମ୍ବା ଶ୍ୱାସକ୍ରିୟା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ସେପଟେ ବିଶେଷଜ୍ଞମାନେ ଉତ୍ତର କୋରିଆର ଏହି ଦାବିକୁ ସନ୍ଦେହ କରୁଛନ୍ତି । ସେମାନଙ୍କ ମତରେ ଏଠାରେ ସଂକ୍ରମଣର କୌଣସି ମାମଲା ନାହିଁ, ଯେତେବେଳେ କି ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଖରାପ । କେବଳ ସେତେକି ନୁହେଁ ଉତ୍ତର କୋରିଆର ବଡ ସହଯୋଗୀ ତଥା ଆର୍ଥିକ ଜୀବନ ରେଖା କୁହାଯାଉଥିବା ଚୀନ୍ ସୀମା ସହ ଏମାନଙ୍କ ସୀମା ଲାଗି ରହିଛି । ଯଦି କୌଣସି ସନ୍ଦେହ ନାହିଁ ତାହେଲେ ସୀମା ପାର ହେଉଥିବା ଯାତାୟାତ ଏବଂ ବାଣିଜ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କାହିଁକି କରାଯାଇଛି । ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଗତ ସପ୍ତାହରେ ଏକ ରାଜନୈତିକ ସମ୍ମିଳନୀରେ ଅଧିକାରୀମାନଙ୍କୁ କହିଥିଲେ ଯେ କରୋନା ପ୍ରତିବନ୍ଧକକୁ ଦୀର୍ଘ ସମୟ ଧରି ରଖିବାକୁ ନିର୍ଦ୍ଦେଶ ଦେବା ସହିତ, କହିଛନ୍ତି କି ଦେଶ ଏପର୍ଯ୍ୟନ୍ତ ଏହାର ସୀମା ଖୋଲିବାକୁ ପ୍ରସ୍ତୁତ ନୁହେଁ ।

Breaking News