Report Card Odisha

| Daily Odia News

ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୋଲିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ରିପବ୍ଲିକ୍ ଟିଭି ଏଡିଟର୍ ଅର୍ଣ୍ଣବ୍ ଗୋସ୍ୱାମୀ ପାଇଁ ବଢ଼ିଲା ସମସ୍ୟା । ଟେଲିଭିଜନ୍ ରେଟିଂ ପଏଣ୍ଟସ୍(ଟିଆରପି) ମାମଲାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି | ଖାଲି ଅର୍ଣ୍ଣବ୍ ନୁହନ୍ତି ତାଙ୍କ ବ୍ୟତୀତ ଆଉ ଚାରି ଜଣଙ୍କ ନାମରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ୧୮୦୦ ପୃଷ୍ଠାର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଅଭିଯୁକ୍ତ ଭାବରେ ୫ଜଣଙ୍କ ନାମ ରହିଛି ବୋଲି ଲାଇଭ୍ ଲ’ ପକ୍ଷରୁ ରିପୋର୍ଟ ହୋଇଛି । ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର୍ ୮ ତାରିଖରେ ମୁମ୍ବାଇ ପୋଲିସ କମିସନର ଟିଆରପି ସ୍କାମ୍ କୁ ପ୍ରଥମେ ଖୁଲାସା କରିଥିଲେ । ଏହି ସ୍କାମ୍ ରେ ଅନେକ ବଡ ବଡ ଚ୍ୟାନେଲ୍ ସାମିଲ ହୋଇଥିବା ନେଇ ସାମ୍ନାକୁ ଆସିଥିଲା। ବିଶେଷ କରି ରିପବ୍ଲିକ୍ ଟିଭି, ବକ୍ସ ସିନେମା ଏବଂ ଫକ୍ତ ମରାଠୀ । ଏହି ଚ୍ୟାନେଲ୍ ଗୁଡ଼ିକ ଟିଆରପି ବଢ଼ାଇବାକୁ ଚେଷ୍ଟା କରିଥିଲେ । ବ୍ରଡକାଷ୍ଟ ଅଡ଼ିଆନ୍ସ ରିସର୍ଚ୍ଚ କାଉନ୍ସିଲ୍ ର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପାର୍ଥ ଦାସଗୁପ୍ତାଙ୍କୁ ତଥାକଥିତ ରୂପେ ଟଙ୍କା ଦେଇ ଟିଆରପି ବଢ଼ାଉଥିଲେ ବୋଲି ଜଣାପଡିଥିଲା ।

Breaking News