Report Card Odisha

| Daily Odia News

ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ବିସ୍ଫୋରଣ, କେତେ ଲୋକଙ୍କର ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ ହୋଇଯାଇଥିଲା। ଲାଭା ବହି ଆସି ରାସ୍ତା ଉପରେ ପ୍ରବାହିତ ହେଲା । ଏଣତେଣେ ଦୌଡ଼ି ହଜାର ହଜାର ଲୋକ ସହର ଛାଡ଼ି ପଳାଇଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗୋମାକୁ ଅନ୍ୟ ପ୍ରଦେଶ ସହିତ ସଂଯୋଗ କରୁଥିବା ଏକ ରାଜପଥରେ ଲାଭା ପଡ଼ିଥିବା ଦେଖାଯାଇଛି । ତେବେ ଆଗ୍ନେୟଗିରି ବିସ୍ଫୋରଣ ହେତୁ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସବୁଠାରୁ ବଡ଼ କଥା ହେଲା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରାକ୍‌ ସୂଚନା ଦିଆଯାଇ ନଥିଲା । ଆଗ୍ନେୟଗିରି ବିସ୍ଫୋରଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏହି ଅଞ୍ଚଳ ଛାଡିବାକୁ ସହରବାସୀଙ୍କୁ କୌଣସି ପ୍ରକାର ନିର୍ଦ୍ଦେଶ ଦେଇନାହାଁନ୍ତି । ଏହି ଆଗ୍ନେୟଗିରି ଶେଷ ଥର ପାଇଁ ୨୦୦୨ରେ ବିସ୍ଫୋରଣ ହୋଇଥିଲା । ସେତେବେଳେ ଏଠାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଖାଲି ସେତିକି ନୁହେଁ, ଲାଭା ବିମାନବନ୍ଦର ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଉ ସମସ୍ତ ରନୱେରେ ଜମା ହୋଇଥିବା ଦେଖାଯାଇଥିଲା ।

Breaking News