Report Card Odisha

| Daily Odia News

୭୩ ବର୍ଷୀୟା ବୃଦ୍ଧା ବିବାହ ପାଇଁ ଦେଲେ ବିଜ୍ଞାପନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୟସ ଗୋଟେ ସଂଖ୍ୟା ମାତ୍ର | କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। କିନ୍ତୁ ହୃଦୟର ଆବେଗ ବୁଝିବା ପାଇଁ ଜୀବନର ଜଣେ ସାଥୀ ଆବଶ୍ୟକ | ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଜଣେ ୭୩ ବର୍ଷୀୟା ଅବସରପ୍ରାପ୍ତ ବୃଦ୍ଧା ଶିକ୍ଷକ ନିଜର ବିବାହ ପାଇଁ ବିଜ୍ଞାପନ ଦେଇଥିଲେ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜ୍ଞାପନରେ ବୃଦ୍ଧା ନିଜଠାରୁ ଅଧିକ ବୟସର ଜୀବନସାଥୀଙ୍କ ବିଷୟରେ କହିଛନ୍ତି। ବିଜ୍ଞାପନରେ ସେ କହିଛନ୍ତି, ବର୍ତ୍ତମାନ ମୁଁ ଏକାକୀ ଜୀବନ ବିତାଉଛି। ତେଣୁ ମୋତେ ଜଣେ ଜୀବନ ସାଥୀର ଆବଶ୍ୟକତା ରହିଛି। ଜଣେ ୬୯ ବର୍ଷିୟ ବ୍ୟକ୍ତି ଉକ୍ତ ବିଜ୍ଞାପନରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର। ମାତ୍ର ତାଙ୍କ ବିଷୟରେ ଅଧିକ କିଛି ଜଣାପଡ଼ି ନାହିଁ। ତେବେ ଏହି ବିଜ୍ଞାପନରେ ନିଜର ପ୍ରତିକ୍ରିୟା ରଖିଥିବା ୬୯ ବର୍ଷୀୟ ବୃଦ୍ଧା କହିଛନ୍ତି, ପାରମ୍ପରିକ ରୂପେ ସେ ନିଜର ବାକି ଜୀବନ ନିଜ ସ୍ବାମୀଙ୍କ ସହ ବିତାଇବାକୁ ଚାହୁଁଛନ୍ତି। ଏ ନେଇ ବେଙ୍ଗାଲୁରୁ ନାରୀବାଦୀ କାର୍ଯ୍ୟକର୍ତ୍ତା ଭ୍ରୁନ୍ଦା ଅଦିଗେ କହିଛନ୍ତି ଯେ, ଏହା ପ୍ରକୃତରେ ବହୁତ ଭଲ। ବୟସର କୌଣସି ନେବାଦେବା ନାହିଁ, ସେ କେହି କାହାକୁ ସାଥୀ କରିବାକୁ ଚାହୁଁଛନ୍ତି। ଖବର ଅନୁଯାୟୀ, ମହିଳାଙ୍କର ତାଙ୍କ ସ୍ବାମୀଙ୍କ ଠାରୁ ଛାଡପତ୍ର ହୋଇଥିଲା।ଏବେ ସେ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି।

 

Breaking News