ନାବାଳିକାକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ….
ରିପୋର୍ଟ କାର୍ଡ / ସୁନ୍ଦରଗଡ
ନାବାଳିକାକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ। ଦୁଷ୍କର୍ମ କରି ମନ ଭରିଯିବା ପରେ ନାବାଳିକାଙ୍କୁ ଫିନାଇଲ ପିଆଇ ହତ୍ୟା ଉଦ୍ୟମ କଲା ପିଶାଚ। ଏଭଳି ଅମାନୁଷିକ ଘଟଣା ଘଟିଛି ସୁନ୍ଦରଗଡ଼ ବଣେଇ ଜଗନ୍ନାଥପୁର ଅଚଂଳରେ । ତେବେ ପୀଡିତା ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାନୁଯାୟୀ, ଗତ ୮ ତାରିଖରେ ସୁନ୍ଦରଗଡ଼ ବଣେଇ ଜଗନ୍ନାଥପୁର ଅଚଂଳରେ ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ତାର ସୁଯୋଗ ନେଇ ସତ୍ୟ ସ୍ଵାଇଁ ନାମକ ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ନାବାଳିକାକୁ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ। ନାବାଳିକାକୁ ଫିନାଇଲ ପିଆଇ ଅଭିଯୁକ୍ତ ସତ୍ୟ ସ୍ଵାଇଁ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା । ପରିବାର ଲୋକେ ଘରେ ପହଞ୍ଚିବା ବେଳକୁ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ପଡିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଗୁରୁତର ନାବାଳିକାକୁ ପ୍ରଥମେ ବଣେଇ ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ପରେ ନାବାଳିକାର ସ୍ଵାସ୍ଥ୍ୟାବସ୍ଥା ଭଲ ହେବା ପରେ ସବୁ କଥା ପରିବାର ଲୋକଙ୍କୁ କହିଥିଲା। ପୀଡିତା ନାବାଳିକା ନିଜେ ଏନେଇ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ସତ୍ୟ ସ୍ଵାଇଁକୁ ବଣେଇ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଅନ୍ୟ ପଟେ ନାବାଳିକାକୁ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରିସରରେ ଥିବା ସଖି ଗୃହରେ ରଖାଯାଇଛି ।






More Stories
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..