ରିପୋର୍ଟ କାର୍ଡ / କଟକ
ଉତ୍କଳୀୟ ନୌବାଣିଜ୍ୟ ଐତିହ୍ୟ ସ୍ମୃତିରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ଐତିହାସିକ ବାଲିଯାତ୍ରା ହେଉଥିବା ବେଳେ ପ୍ରଥମଥର ପାଇଁ ଇଣ୍ଡୋନେସିଆର ବାଲିରେ ଫେରନ୍ତା ବାଲିଯାତ୍ରା ଆୟୋଜନ ହେବାକୁ ଯାଉଛି। କଳିଙ୍ଗ ଇଣ୍ଟରନାସନାଲ୍ ୟୁଥ୍ ଫାଉଣ୍ଡେସନ୍ ସଂଯୋଜନାରେ ଆସନ୍ତା ଏପ୍ରିଲ ମାସରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏହି ୫ ଦିନିଆ ଉତ୍ସବ ଏପ୍ରିଲ ୫ ତାରିଖରୁ ବାଲିରେ ଆରମ୍ଭ ହେବ। ପରମ୍ପରାକୁ ଦୋହରାଇ ଏହି ଫେରନ୍ତା ଯାତ୍ରା ଏପ୍ରିଲ ୫ ତାରିଖ ଚୈତ୍ର ପୂର୍ଣ୍ଣିମା ଦିନ ଆରମ୍ଭ କରାଯିବ ବୋଲି କଳିଙ୍ଗ ୟୁଥ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷ ବିଭୁ ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।






More Stories
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..