ରିପୋର୍ଟ କାର୍ଡ / ବାଲେଶ୍ଵର
ଆର୍ଆଇ ଙ୍କୁ ଗୋଡ଼େଇ ପିଟିଛନ୍ତି ପଥର ମାଫିଆ | ମୋବାଇଲ ଭାଙ୍ଗି ମନପର୍ସ ଛଡ଼ାଇ ସାର୍ଟ ଚିରି ଦେଲେ ଆର୍ଆଇଙ୍କର | ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ। ସୂଚନା ଅନୁସାରେ- ରବିବାର ରାତିରେ ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ପଥର ବ୍ଲାଷ୍ଟିଂ ହୋଇଥିଲା। ଏନେଇ ତହସିଲଦାର ଅଶେଷ କୁମାର ନାୟକଙ୍କ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାର ସଜନାଗଡ଼ ଆର୍ଆଇ କେ.ସନ୍ତୋଷ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଆର୍ଆଇ ପଥର ବ୍ଲାଷ୍ଟିଂ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଯାଇଥିଲେ। ପଥର ବ୍ଲାଷ୍ଟିଂ ଅଞ୍ଚଳ ଫଟୋ ଉଠାଇ ଫେରୁଥିବା ବେଳେ ଆରଆଇଙ୍କୁ ପଥର ମାଫିଆ ବାପ-ପୁଅ ଅଟକାଇ ନିର୍ଧୁମ ପିଟି ଥିଲେ। ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ମନି ପର୍ସ ଛଡ଼ାଇ ନେଇଥିଲେ। ଆର୍ଆଇ କେ.ସନ୍ତୋଷ କୁମାରଙ୍କ ସାର୍ଟ ଚିରି ଦେଇଥିଲେ। ସେ ଫୁଙ୍ଗୁଳା ଦେହରେ ମାର୍କେଟରେ ପହଞ୍ଚି ଲୁଗା ଦୋକାନରୁ ସାର୍ଟ କିଣି ପିନ୍ଧି ଅଫିସ୍ରେ ପହଞ୍ଚିଥିଲେ। ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଥାନାରେ ଅଭିଯୋଗ କରାଯାଇଥିବା ତହସିଲଦାର କହିଛନ୍ତି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..