ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋନିପତ୍ର କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ-ୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତାରେ ଥିବା ଏକ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଯାତ୍ରୀ ପିକଅପ୍ ଭ୍ୟାନରେ ଉତ୍ତରପ୍ରଦେଶର ଲଖିମପୁରର ହରଦୋଇରୁ ଝଞ୍ଜର ନିକଟସ୍ଥ ଗାଁକୁ ଯାଉଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତଦେହ ଜବତ କରିଥିଲା। ଘଟଣାର ତଦନ୍ତ ଜାରି ରହିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….