ରିପୋର୍ଟ କାର୍ଡ / ପିପିଲି
ପିପିଲି ଟୋଲଗେଟ୍ ନିକଟରେ ସାଇ ନାମକ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି | ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁସାରେ- ବସଟି ଭୁବନେଶ୍ୱର ରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିଲା | ବସରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଯାଉଥିଲେ | ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବସର ହେଲପର ବୋଲି ଜଣାପଡିଛି | ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି |






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..