ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ନଭେମ୍ବର ୧୦ ଯାଏ ସଡ଼କ ଏବଂ ପରିବହନ ଉପରେ ଆଲୋଚନା ହେବ। ଏହି ଅଧିବେଶନରେ ୩ ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ମୋଟ ୧୯ଟି ଟେକ୍ନିକାଲ ସେସନ ରହିବ। ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୧୦ ବର୍ଷ ପରେ ଇଣ୍ଡିଆନ ରୋଡ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓ ବିକଶିତ ରାଜ୍ୟ ଗଢିବାକୁ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……