ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା ଦ୍ରୁତଗାମୀ କାର୍ | ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ଘଟିଛି ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳିନାହିଁ । ସୂଚନାଯୋଗ୍ୟ ଯେ, ନବୀନ ନିବାସ ପଟୁ ଏକ ଦ୍ରୁତଗାମୀ ଆଇ୨୦ କାର୍ ଭୀମଟାଙ୍ଗୀ ପଟକୁ ଯାଉଥିଲା । ଓଭରବ୍ରିଜ୍ ଚଢିବା ପରେ କାର୍ ଟି ଭାରସାମ୍ୟ ହରାଇଥିଲା । ଫଳରେ ଓଭରବ୍ରିଜ୍ କଡରେ ଲାଗିଥିବା ସୁରକ୍ଷା ବଳୟକୁ ଭାଙ୍ଗି ଗାଡିଟି ୩୦ଫୁଟ ତଳକୁ ଖସିପଡ଼ିଥିଲା । ତେବେ ଖବର ଲେଖାହେବା ସୁଦ୍ଧା ଗାଡି ଡ୍ରାଇଭରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……