ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥ ହେରଫେର ମାମଲାରେ ସ୍ଥାନୀୟ ରାଉଜ୍ ଏଭିନ୍ୟୁ ଅଦାଲତ ଶନିବାର ବିଶିଷ୍ଟ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ପଚାଶ ହଜାର ଟଙ୍କାର ବେଲ୍ ବଣ୍ଡ୍ ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ପ୍ରକାଶ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ୨୦୦୮ ମସିହାରେ ହରିୟାଣାର ଗୁରୁଗ୍ରାମ ଜିଲା ଅନ୍ତର୍ଗତ ଶିଖୋପୁର ଗ୍ରାମରେ ୩.୫୩ ଏକର ଜମି କିଣାବିକାକୁ କେନ୍ଦ୍ରକରି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଭଦ୍ରାଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨୦୦୮ ଫେବୃଆରୀରେ ୭.୫୦ କୋଟି ଟଙ୍କାରେ ଏହି ଜମି କିଣାଯାଇଥିଲା। ତେବେ ଏହି ପ୍ରସଙ୍ଗରେ ବିକ୍ରେତାଙ୍କୁ କୌଣସି ଅର୍ଥ ପ୍ରଦାନ କରାଯାଇନଥିବା ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ଇଡି ପକ୍ଷରୁ ପୂର୍ବରୁ ଭଦ୍ରାଙ୍କ ୩୮.୬୯ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଛି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..