ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଭିଯୋଗ ଅନୁଯାୟୀ – ହାଇଟେକ ମେଡିକାଲ ନାଁରେ ଆସିଛି ସଂଗୀନ ଅଭିଯୋଗ | ମୃତ ପେସେଣ୍ଟକୁ ଜୀବିତ କହି ଟଙ୍କା ଲୁଟୁଥିଲା ମେଡିକାଲ | ପେସେଣ୍ଟଙ୍କର ୩ ଦିନ ହେବ ମୃତ୍ୟୁ ହୋଇଥିଲେ ମଧ୍ୟ ମେଡିକାଲର ଡାକ୍ତର, କର୍ମଚାରୀ ଦେଉଥିଲେ ମେଡିସିନ ବିଲ | ଟଙ୍କା ପାଇଁ ଶବକୁ ବନ୍ଧା ରଖିଥିବା ଜଣାପଡୁଛି | ଯାହାକି ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି | ମୋ ବାପା ୩ ଦିନ ହେଲା ମଲେଣି। ହେଲେ ଆମକୁ ଅନ୍ଧାରରେ ରଖାଯାଇଛି। ଆମଠୁ ପଇସା ଲୁଟ୍ କରିବାକୁ ଏମାନେ ଏମିତି ଚାଲ୍ କରୁଛନ୍ତି। ଚିକିତ୍ସାରେ ଅବହେଳା କରିବା ଯୋଗୁ ମୋ ବାପା ମରିଗଲେ ବୋଲି କହିଛନ୍ତି ମୃତ ସଞ୍ଜିବ ମହାକୁଡଙ୍କ ଝିଅ ଅର୍ପିତା। ସ୍ଥାନୀୟ ହାଇଟେକ ମେଡିକାଲ କଲେଜର ଭେଣ୍ଟିଲେଟରେ ଥିବା ସଞ୍ଜିବ ମହାକୁଡଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ସଞ୍ଜିବଙ୍କ ମୃତ୍ୟୁ ୩ ଦିନ ହେବ ହେଲାଣି। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ଚପାଇ ଦେବାକୁ ଓ ପଇସା ଲୁଟିବାକୁ ୩ ଦିନ କାଳ ତାଙ୍କୁ ସେଇଠି ପକେଇ ରଖିଥିଲେ। ମୃତଦେହର ଆଖି ହଳଦିଆ ପଡିଯାଇଛି। ସମ୍ପର୍କୀୟଙ୍କ ଅଭିଯୋଗ ୩ ଦିନ ହେଲା ତାଙ୍କର ମୃତ୍ୟୁ ହେଲାଣି। ଯେଉଁଦିନ ଘରଲୋକେ ତାଙ୍କୁ ଏହି ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କଲେ, ସେହିଦିନଠାରୁ ଚିକିତ୍ସାରେ ଅବହେଳା ହେଉଥିଲା। ପ୍ରଥମେ ଆଖିରେ ପଟି ପକାଇ ବନ୍ଦ କରି ଦିଆଗଲା। ତା ପରେ ଆଖି ବନ୍ଦ ହେଉନି ବୋଲି ମିଛ କହି ସମ୍ପର୍କୀୟଙ୍କୁ କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ପରବର୍ତ୍ତି ସମୟରେ ଆଖିରେ କୌଣସି ଜେଲ୍ ପକାଇ ଏହାକୁ ସୁସ୍ଥ କରିବାକୁ ପଟି ପକାଯାଇଛି ବୋଲି କୁହାଗଲା। କେବେ ଲିଭର କ୍ୟାନ୍ସର ତ କେବେ କରୋନା ଆକ୍ରାନ୍ତ ବୋଲି କୁହାଯାଉଥିବା ନେଇ କହିଛନ୍ତି ମୃତ ସଞ୍ଜିବ ମହାକୁଡଙ୍କୁ ପତ୍ନୀ | ଅନେକ ସମୟରେ ବିଭିନ୍ନ କାରଣ ଦର୍ଶାଇଥିଲେ ଡାକ୍ତର ଏବଂ କର୍ମଚାରୀ | ଏମିତି ଅନେକ ପ୍ରକାର ବାହାନାକରି ଶେଷରେ ସୋମବାର ସଞ୍ଜିବଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ପଇସା ନ ଦେଲେ ମୃତଦେହ ମିଳିବ ନାହିଁ ବୋଲି କୁହାଯାଉଛି। ସେପଟେ ପୋଲିସ ପ୍ରଶାସନ ତରଫରୁ ମାମଲାକୁ ରଫାଦଫା କରିବା ପାଇଁ ଚାପ ପକାଯାଉଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ | ଯଦି ଏହା ସତ ହୁଏ ଆଗକୁ ରାଜ୍ୟ ସରକାରଙ୍କ ପାଇଁ ଅନେକ ବିପଦ ମାଡିଆସିବ ବୋଲି ମତ ଦେଉଛନ୍ତି ବୁଦ୍ଧିଜୀବି |
Discussion about this post