ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶରୀରରେ ୬କୋଟିର ହେରୋଇନ୍ ରଖି ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ମହିଳା । ଏଭଳି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ୍ ରୁ | ଅଭିଯୁକ୍ତ ଜଣକ ରାଜସ୍ଥାନ୍ ପୋଲିସ୍ କୁ ଚକମା ଦେଇ ପଳେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ- ମହିଳା ଙ୍କ ଶରୀରରୁ ୮୬୩ ଗ୍ରାମର ହେରୋଇନ୍ର ୮୮ କ୍ୟାପସୁଲ୍ ବାହାରିଛି | ଜବତ ହେରୋଇନ୍ ର ମୂଲ୍ୟ ପାଖାପାଖି ୬ କୋଟି ବୋଲି ଅନୁମାନ କରାଯାଉଛି । ତେବେ ଧରା ପଡ଼ିଥିବା ମହିଳା ଜଣକ ହେଉଛନ୍ତି ଆଫ୍ରିକୀୟ । ତାଙ୍କଠୁ ସବୁ କ୍ୟାପସୁଲ୍ ବାହାର କରିବାକୁ ୧୨ ଦିନ ଲାଗିଥିଲା। କିଛି କ୍ୟାପସୁଲକୁ ମହିଳା ଢୋକି ଦେଇଥିବା ବେଳେ ଆଉ କିଛି ପ୍ରାଇଭେଟ୍ ପାର୍ଟରେ ଲୁଚାଇ ରଖିଥିଲେ। ମହିଳା ଜଣକ ସୁଡାନର ନାଗରିକ। ସେ ୧୯ ଫେବୃଆରୀକୁ ଶାରଜାହରୁ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ତଥା ଡିଆରଆଇର ଅଧିକାରୀ ଧରିଥିଲେ । ସୂତ୍ର ଅନୁସାରେ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ନେବା ପରେ ମହିଳାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ସେଠି କ୍ୟାପସୁଲ କଢ଼ାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ କ୍ୟାପସୁଲ କାଢ଼ିବାକୁ ୧୯ ଫେବୃଆରୀରୁ ୨ ମାର୍ଚ୍ଚ ପର୍ୟ୍ୟନ୍ତ ସମୟ ଅର୍ଥାତ ୧୨ ଦିନ ଲାଗିଥିଲା । କିଛି କ୍ୟାପସୁଲ୍ ଢୋକିଦେବା ସହ କିଛି ନିଜ ପ୍ରାଇଭେଟ୍ ପାର୍ଟ ତଥା ମଳାଶୟରେ ଲୁଚାଇ ରଖିଥିଲେ। ମହିଳା ଜଣଙ୍କ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚେତାବନୀ,‘କାଶ୍ମୀରକୁ ଛଡ଼ାଇ ନେବୁ’…..
ବାଳକ ଗାଲରେ ଷ୍ଟିଚ୍ ବଦଳରେ ଲଗାଇଦେଲେ ଫେଭିକ୍ଵିକ୍…..
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..