ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର କଠୋର ହୋଇଛନ୍ତି | ଦେଶରୁ ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଆଜିଠୁ ଏହି ନିୟମ ଲାଗୁ ହେବ ବୋଲି ପୂର୍ବତଟ ରେଲ୍ୱେ କହିଛି। ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ। ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବ, ସେମାନଙ୍କୁ ହିଁ କେବଳ ଟ୍ରେନ୍ରେ ଯାତ୍ରା ପାଇଁ ଅନୁମତି ମିଳିବ। ନଚେତ୍ ଯାତ୍ରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିିଫିକେଟ୍ ଜରୁରୀ। ଏହି ବୈଧ ପ୍ରମାଣ ପତ୍ର ନଥିଲେ ତାଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ କରାଯିବ ବୋଲି ପୂର୍ବତଟ ରେଲ୍ୱେ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲ୍ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଯୋଗୁ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ କରୋନାର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ରେଲ୍ୱେ ଏହି କଟକଣା ଜାରି କରିଛି।






More Stories
ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ……
ଯୁବକଙ୍କ ମୃତଦେହ ଉଦ୍ଧାର…..
ଅମଲାତନ୍ତ୍ରକୁ ରାଜସ୍ଵ ମନ୍ତ୍ରୀଙ୍କ କଡା ତାଗିଦ୍…..