Report Card Odisha

| Daily Odia News

ବିନା ଭକ୍ତରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ବର୍ଷ କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ | ବିଡିଏ ଅଫିସରେ ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ କେମିତି ରୁକୁଣା ରଥ ଯାତ୍ରା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି । କମରୁ କମ ସଂଖ୍ୟକ ଲୋକେ ରୁକୁଣା ରଥ ଟାଣିବେ ସେ ନେଇ ଆଲୋଚନା ହୋଇଛି । କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ । ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ । କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ନିସେଦ୍ଧ କରାଯିବ । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ଏନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୪ ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି ବିଏମସି କମିଶନର ।

 

Breaking News