Report Card Odisha

| Daily Odia News

ଜୁନ୍ ୧ରୁ ହୋଇପାରେ ବଡ ପରିବର୍ତ୍ତନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲ

ଜୁନ୍ ୧ ତାରିଖରୁ ଦେଶରେ ୫ ଟି ବଡ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ସିଧା ସଳଖ ଜନ ସାଧାରଣଙ୍କ ପକେଟ୍ ଉପରେ ପଡିବ। ଏଥିରେ ଏଲପିଜି ସିଲିଣ୍ଡର ଦାମ୍ ଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ନିୟମ ପର୍ଯ୍ୟନ୍ତ ସାମିଲ ରହିଛି। ତୈଳ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ଦାମରେ ପରିବର୍ତ୍ତନ କରି ଥାଆନ୍ତି। ୧ ଜୁନ ୨୦୨୪ ସକାଳ ୬ଟାରେ ନୂଆ ଦାମ୍ ଅର୍ଥାତ ସଂଶୋଧିତ ଦାମ୍ ଜାରି କରି ପାରନ୍ତି। ଗତ କିଛି ଦିନରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମରେ ଅନେକ ପରିବର୍ତ୍ତନ ହୋଇଛି। ମାତ୍ର ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ଦେଖା ଯାଇନାହିଁ। ଏଲପିଜ ସିଲିଣ୍ଡରର ଦାମରେ ପରିବର୍ତ୍ତନ ସହ ତୈଳ କମ୍ପାନୀ ଗୁଡିକ ବିମାନ ଇନ୍ଧନ (ଏଟିଏଫ) ଓ ସିଏନଜି-ପିଏନଜି ଦାମରେ ମଧ୍ୟ ପରିବର୍ତ୍ତନ ଆଣନ୍ତି। ଏପ୍ରିଲ ମାସରେ ଏଟିଏଫର ଦାମରେ ହ୍ରାସ ହୋଇଥିଲା। ୧ ଜୁନ୍ ୨୦୨୪ରୁ ଏସବିଆଇ କ୍ରେଡିଟ୍ କାର୍ଡର ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି। ଏସବିଆଇ କାର୍ଡ ଅନୁଯାୟୀ, ଜୁନ୍ ୨୦୨୪ରୁ କିଛି କେଡ୍ରିଟ କାର୍ଡ ପାଇଁ ସରକାରଙ୍କ ସହ ସମ୍ବନ୍ଧିତ କିଛି ନିର୍ଦ୍ଧାରିତ ଟଙ୍କା ନେଣଦେଣ ଉପରେ ରିୱାର୍ଡ ପଏଣ୍ଟ ଲାଗୁ କରିବେ ନାହିଁ। ଏଥିରେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଓରମ୍, ଏସବିଆଇ କାର୍ଡ ଇଲିଟ୍, ଏସବିଆଇ କାର୍ଡ ଇଲିଟ୍ ଆଡଭାଣ୍ଟଟେଜ, ଏସବିଆଇ କାର୍ଡ ପଲ୍ସ, ସିମ୍ପଲି କ୍ଲିକ୍ ଏସବିଆଇ କାର୍ଡ ଆଦି ସାମିଲ ରହିଛି। ଅନ୍ୟ ଏକ ପରିବର୍ତ୍ତନ ଡ୍ରାଇଭିଂ ଲାଇସେନ୍ସ ସହ ଜଡିତ। ୧ ଜୁନ୍ ୨୦୨୪ରୁ ଡ୍ରାଇଭିଂ ଇଷ୍ଟିଚ୍ୟୁଟ୍ ରେ ମଧ୍ୟ ଡ୍ରାଇଭିଂ ପରୀକ୍ଷା କରାଯାଇପାରେ। ଏପର୍ଯ୍ୟନ୍ତ ଏହି ପରୀକ୍ଷା କେବଳ ଆରଟିଓ ଦ୍ୱାରା ଜାରି କରାଯାଇଥିବା ସରକାରୀ ସେଣ୍ଟରରେ ହେଉଥିଲା। ମାତ୍ର ଏବେ ଘରୋଇ ଇଷ୍ଟିଚ୍ୟୁଟ୍ ରେ ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବିଶେଷଙ୍କର ଡ୍ରାଇଭିଂ ପରୀକ୍ଷା ହେବ। ଲାଇସେନ୍ସ ଜାରି କରାଯିବ। ମାତ୍ର ଆରଟିଓ ଦ୍ୱାରା ମାନ୍ୟତା ପାଇଥିବା ଇଷ୍ଟିଚ୍ୟୁଟ୍ ରେ ହିଁ ପରୀକ୍ଷା ହେବ। ଏହାସହ ୧୮ ବର୍ଷରୁ କମ୍ ନାବାଳକ ଗାଡି ଚଲାଉଥିବା ଦେଖାଗଲେ ୨୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ୨୫ ବର୍ଷ ଲାଇସେନ୍ସ ମଧ୍ୟ ଆବେଦନ କରି ପାରିବେ ନାହିଁ। ଅନ୍ୟ ଏକ ପରିବର୍ତ୍ତନ ଜୁନ୍ ୧୪ ତାରିଖରୁ ଲାଗୁ ହେବ। ୟୁଆଇଡିଏଆଇ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବା ପାଇଁ ଡେଡ୍ ଲାଇନକୁ ବଢାଇ ୧୪ ଜୁନ୍ କରି ଦେଇଥିଲେ। ଏହାକୁ ଆଗକୁ ମଧ୍ୟ ବୃଦ୍ଧି କରାଯାଇଛି। ମାତ୍ର ଆଗକୁ ବୃଦ୍ଧି କରିବାର ସମ୍ଭାବନା କମ୍। ତେଣୁ ଏହାକୁ ମାଗଣାରେ ଅପଡେଟ୍ କରିବା ପାଇଁ କିଛି ଦିନର ସମୟ ବାକି ରହିଛି। ଏହାପରେ ଆଧାର କେନ୍ଦ୍ରକୁ ଯାଇ ଅପଡେଟ୍ କରିବା ଦ୍ୱାରା ଗୋଟିଏ ଅପଡେଟ୍ ପିଛା ୫୦ ଟଙ୍କା ଦେବାକୁ ପଡିବ।

Breaking News