ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହାର ଅର୍ଥ ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ କରିବେ। ଅନ୍ୟପକ୍ଷରେ ରୁଷର ଏପରି ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ଜରୁରୀ ବୈଠକ ଡାକିଛି। କ୍ରମାଗତ ୩ୟ ଥର ପାଇଁ ରୁଷ ଓ ୟୁକ୍ରେନ ବିବାଦ ମଧ୍ୟରେ ପରିଷଦର ବୈଠକ ବସିବାକୁ ଯାଉଛି। ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ରୁଷ ଯେକୌଣସି ସମୟରେ ବଡ଼ଧରଣର ଯୁଦ୍ଧ କରିପାରେ ବୋଲି ଆଶଙ୍କା କରିଥିଲେ। ସତକୁ ସତ ଏହି ବୟାନର କିଛି ସମୟ ପରେ ପୁଟିନ ୟୁକ୍ରେନରେ ସାମାରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି ୟୁକ୍ରେନ ସାମାରିକ କାର୍ଯ୍ୟାନୁଷ୍ଠାନ ଚାହୁଁନାହିଁ, ତା’ହେଲେ କିଭ୍ର ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ମଧ୍ୟ ପୁଟିନ କହିଛନ୍ତି। ପୁଟିନଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ସତ୍ତ୍ୱେ ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……