Report Card Odisha

| Daily Odia News

ଆଫଗାନିସ୍ତାନ ସଂକ୍ରାନ୍ତରେ ରୁଷ୍‌ ର ଗୁରୁତ୍ବପୂର୍ଣ୍ଣ ବୈଠକ,ବାଦପଡିଲା ଭାରତ……

Russian President Vladimir Putin attends a meeting via video link on a memorandum of intent on cooperation signed between Britain's AstraZeneca, Russia's Gamaleya Institute, which developed the Sputnik V vaccine, Russian Direct Investment Fund (RDIF), and R-Pharm pharmaceutical company, in Moscow, Russia December 21, 2020. Sputnik/Alexei Nikolsky/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନର ହିଂସାକାଣ୍ଡ ପରିସ୍ଥିତି ସଂକ୍ରାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି ରୁଷ୍‌ | ଏହି ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଛି | କିନ୍ତୁ ଭାରତ ବାଦ ପଡ଼ିଛି ବୋଲି ଏ ବିଷୟରେ ଅବଗତ ଥିବା ଲୋକେ ଗଣମାଧ୍ୟମକୁ କହିଛନ୍ତି। ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରେ ତାଲିବାନମାନଙ୍କ ପ୍ରକୋପ ବୃଦ୍ଧି ପାଉଥିବାରୁ ସେଠାରେ ହିଂସାକାଣ୍ଡ ରୋକିବା ସହ ଶାନ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରୁଷ୍‌ ଆଗଭର ହୋଇଛି। ‘ଏକ୍‌ଷ୍ଟେଣ୍ଡେଡ୍‌ ତ୍ରୋକିଆ’ ଶୀର୍ଷକ ଏହି ବୈଠକ ଅଗଷ୍ଟ ୧୧ ତାରିଖ ଦିନ କତାର୍‌ରେ ଆୟୋଜନ କରାଯାଇଛି। ଏହି ବୈଠକର ପ୍ରାକ୍‌-ପ୍ରସ୍ତୁତି ଆଲୋଚନା ମାର୍ଚ ୧୮ ଏବଂ ଏପ୍ରିଲ୍‌ ୩୦ରେ ଅନୁଷ୍ଠିତ ହୋଇଥିଲା। ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ଏବଂ ଜାତୀୟ ପୁନର୍ମିଳନ ପ୍ରକ୍ରିୟା ପାଇଁ ବାତାବରଣ ସୃଷ୍ଟି କରିବା ଲାଗି ରୁଷ୍‌ ମଧ୍ୟ ‘ମସ୍କୋ ଫର୍ମାଟ୍‌’ରେ ଆଲୋଚନା ଚଳାଇଛି। ଗତ ମାସରେ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ୍‌ ତାସ୍‌କେଣ୍ଟ୍‌ରେ କହିଥିଲେ ଯେ, ଆଫଗାନିସ୍ତାର ପରିସ୍ଥିତିକୁ ପ୍ରଭାବିତ କରିବା ଭଳି ଭାରତ ସମେତ ଅନ୍ୟ ଦେଶମାନଙ୍କ ସହ ରୁଷ୍‌ କାର୍ଯ୍ୟଧାରା ଚାଲୁ ରଖିବ। ତାଙ୍କର ଏଭଳି ବିବୃତିରୁ ଜଣାପଡୁଥିଲା କି, ‘ଏକ୍‌ଷ୍ଟେଣ୍ଡେଡ୍‌ ତ୍ରୋକିଆ’ ବୈଠକରେ ଯୋଗ ଦେବା ଲାଗି ଭାରତକୁ ଆମନ୍ତ୍ରଣ କରାଯିବ। ସଦ୍ୟତମ ସୂଚନା ଅନୁସାରେ, ‘ଏକ୍‌ଷ୍ଟେଣ୍ଡେଡ୍‌ ତ୍ରୋକିଆ’ ସଂକ୍ରାନ୍ତରେ ଭାରତ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହିଁ। ସେପଟେ, ଜାତିସଂଘସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି କହିଛନ୍ତି ଯେ, ଭାରତୀୟ ଅଧ୍ୟକ୍ଷତ୍ବରେ ଶୁକ୍ରବାର ଦିନ ଆୟୋଜନ ହେବାକୁ ଥିବା ‘ଜାତିସଂଘ ନିରାପତ୍ତା ପରିଷଦ୍‌’ ବୈଠକରେ ଆଫଗାନ ପରିସ୍ଥିତିର ଆଲୋଚନା ଏବଂ ସମୀକ୍ଷା କରାଯିବ।

Breaking News