Report Card Odisha

| Daily Odia News

ଅଶ୍ଳୀଳ ଭିଡିଓ ତିଆରି କରିବା ମାମଲାରେ ଶେର୍ଲିନଙ୍କୁ ମୁମ୍ବାଇ ପୋଲିସର ସମନ….

ରିପୋର୍ଟ କାର୍ଡ / ମୁମ୍ବାଇ

ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି | ଅଶ୍ଳୀଳ ଭିଡିଓ ତିଆରି କରିବା ମାମଲା ସହ ଜଡିତ ଥିବା ବଲିଉଡ୍‌ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କୁ ମୁମ୍ବାଇ ପୋଲିସ ଏକ ସମନ ପଠାଇଛି। ଶୁକ୍ରବାର ଶେର୍ଲିନଙ୍କୁ ପଚାରାଉଚରା ପାଇଁ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ ରାଜ କୁନ୍ଦ୍ରା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ତେବେ ଶେର୍ଲିନଙ୍କୁ ନୋଟିସ ମିଳିବା ପରେ ଏବେ ରାଜଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। କାରଣ ପୂର୍ବରୁ ବି ଶେର୍ଲିନ ରାଜଙ୍କ ବିରୋଧରେ ପ୍ରତିକ୍ରିୟା ରଖିସାରିଛନ୍ତି।

ବର୍ତ୍ତମାନ ଏଭଳି ପରିସ୍ଥିତିରେ କ୍ରାଇମବ୍ରାଞ୍ଚ ସାମ୍ନାରେ ଶେର୍ଲିନଙ୍କ ସାକ୍ଷୀ କୁନ୍ଦ୍ରାଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଶେର୍ଲିନ କେବଳ ଅଶ୍ଳୀଳ ଭିଡିଓ ମାମଲାରେ ଜଣେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ନୁହଁନ୍ତି ବରଂ ସେ ରାଜଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିସାରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୯ରେ ପୋଲିସ କୁନ୍ଦ୍ରାଙ୍କୁ ଦୁଇ ଘଣ୍ଟା ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା। ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି।

Breaking News