ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଉପରେ ଆତ୍ମଘାତି ହମ୍ଲା ହୋଇଛି। ତାଙ୍କ କର୍ ନିକଟରେ ବିସ୍ଫୋରଣ କରାଯାଇଛି । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ୍ କରାଯାଇଥିବା ନେଇ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଦାବି କରାଯାଇଛି। ଦ ମିରର୍ର ରିପୋର୍ଟ ମୁତାବକ, ପୁଟିନ୍ଙ୍କ ଲିମୋଜିନି କାର ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ। କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ‘ପ୍ରବଳ ବିସ୍ଫୋରଣ’ ଘଟିଥିଲା ଏବଂ ଏହା ପରେ ‘ଧୂଆଁ’ ମଧ୍ୟ ବାହାରିଥିଲା। ତେବେ ଏହା କେବେ ଏବଂ କେଉଁଠାରେ ଘଟିଛି ତାହା କୁହାଯାଇ ନାହିଁ। ହେଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପୁଟିନ୍। ତାଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଅଧିକାରୀକ ରୂପେ ଏହି ଘଟଣା ସତ ନା ମିଛ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..