ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷର ସ୍ଥିତି ଏବେ ଅସମ୍ଭାଳ | ରୁଷ ଉପରେ ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଥିବାରୁ ବିଭିନ୍ନ ସାମଗ୍ରୀର ଅଭାବ ଦେଖାଦେଇଛି । ବିଶେଷ କରି ମେଡିକାଲ ଚିକିତ୍ସା ସଂଶାଧନର ଅଭାବ ଦେଖିବାକୁ ମିଳୁଛି । ଏଥିପାଇଁ ଭାରତକୁ ମେଡିକାଲ ଇକ୍ୟୁପମେଣ୍ଟ ଯୋଗାଇ ଦେବାକୁ ଅନୁରୋଧ କରିଛି ରୁଷ । ଏହାଦ୍ୱାରେ ରୁଷର ଚାହିଦା ମେଣ୍ଟି ପାରିବ ବୋଲି ମସ୍କୋ ଆଶା କରିଛି। ଉଲ୍ଲେଖ ଯୋଗ୍ୟ -ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା ଆରମ୍ଭ କରିଛନ୍ତି। ଏବେ ବି ଆକ୍ରମଣ ଜାରି ରହିଛି। ତେବେ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁରୋପ ଓ ଚାଇନାରୁ ରୁଷର ଆମାଦାନୀ ଆଶାତୀତ ଭାବେ ହ୍ରାସ ପାଇଛି। ଏବେ ଏହି ଅଭାବକୁ ପୂରଣ କରିବା ପାଇଁ ରୁଷ ପକ୍ଷରୁ ଭାରତ ସହ ଯୋଗାଯୋଗ କରାଯାଇଛି। ମେଡିକାଲ ଇକ୍ୟୁପମେଣ୍ଟ ପାଇଁ ରୁଷର କମ୍ପାନୀଗୁଡ଼ିକ ଏପ୍ରିଲ ୨୨ରେ ଭାରତୀୟ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବେ।






More Stories
ଜଗନ୍ନାଥ ଧାମକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ଦିଦି…..
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..