ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି | ୟୁକ୍ରେନ ଋଷ କି ସାମ୍ନା କରିବା ପାଇଁ ସାହାଯ୍ୟ କରିବାକୁ ନିବେଦନ କରିଥଲା | ଏହା ଭିତରେ ୟୁକ୍ରେନ କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି ଫ୍ରାନ୍ସ । ବର୍ତ୍ତମାନ ଫ୍ରାନ୍ସ ୟୁକ୍ରେନର ଦାବିକୁ ଗ୍ରହଣ କରି ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପଠାଇବ ବୋଲି କହିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମାଇଟ୍ରୋ କୁଲେବା। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ଫ୍ରାନ୍ସ ସହ କଥା ହୋଇଛି। ଋଷକୁ ସ୍ବିପ୍ଟରୁ ନିଷେଧ କରିବା ନେଇ ଫ୍ରାନ୍ସ ସମର୍ଥନ କରିଛି। ଏହା ବ୍ୟତୀତ ଋଷର ଆକ୍ରମଣକୁ ରୋକିବା ପାଇଁ ମୁଁ ତୁରନ୍ତ ୟୁରୋପୀୟ ସଂଘର ତୃତୀୟ ପ୍ୟାକେଜ ଜାରି କରିବାକୁ ଅନୁରୋଧ କରିବା ପରେ ଫ୍ରାନ୍ସ ଏଭଳି କରିବାକୁ ରାଜି ହୋଇଛି। ୟୁକ୍ରେନକୁ ରକ୍ଷା କରିବାରେ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଯୋଗାଇବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛି। ଏହା ପୂର୍ବରୁ ସ୍ବଦେଶ ଛାଡ଼ି ଚାଲିଯିବାକୁ ଯୁକ୍ତରାଷ୍ଟ୍ର ଆମେରିକା କହିବା ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କିୟି କହିଥିଲେ, ଯୁଦ୍ଧ ଲାଗିଛି; ମୋର ଗୋଳାବାରୁଦ ଆବଶ୍ୟକ, ପରିବହନ ନୁହେଁ। ସାମରିକ ସହାୟତା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ବିଶେଷକରି ପାଶ୍ଚାତ୍ୟ ଦେଶମାନଙ୍କୁ ଅନୁରୋଧ କରୁଥିବା ବେଳେ ଏବେ ଫ୍ରାନ୍ସ ସହାୟତା ପାଇଁ ଆଗକୁ ଆସିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……